Wed, Dec 24, 2025 | UPDATED 06:35PM IST

ଜୟ ଢୋଲକିଆ ହେବେ ନୂଆପଡ଼ା ଜିଲ୍ଲାର ବିକାଶର ସାରଥୀ, ଜୀବନବ୍ୟାପି ସେବା କରିବେ: ମୁଖ୍ୟମନ୍ତ୍ରୀ

news-details

ଜୟ ଢୋଲକିଆ ହେବେ ନୂଆପଡ଼ା ଜିଲ୍ଲାର ବିକାଶର ସାରଥୀ, ଜୀବନବ୍ୟାପି ସେବା କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୧ : ନୂଆପଡ଼ାରେ ପ୍ରଚଣ୍ଡ ଜିତ୍‌ ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ। ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ, ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି। ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି।  ଜୟ ଢୋଲକିଆ ମଧ୍ୟ ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ନୂଆପଡ଼ାରେ ଆମର ଅଦ୍ଭୁତପୂର୍ବ ବିଜୟ ହୋଇଛି। ଆଜି ବିଜେପିର ଯେଉଁ ବିଜୟ ହୋଇଛି ସେଥି।ଇଁ ମୁଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଗତ ୬ ମାସ ପୂର୍ବରୁ ନୂଆପଡ଼ା ଯାଇଥିଲି।
ନୂଆପଡ଼ାବାସୀ ଆମ ସରକାରଙ୍କ ପ୍ରତି ଯେଉଁ ଭଲ ପାଇବା ଦେଇଥିଲେ। ତାହା ଆଜ ପମ୍ର।ଣତି ହୋଇଛି । ଦୀର୍ଘ ୨୪ ବର୍ଷ ଧରି ନୂଆପଡ଼ା ଅବହେଳାର ଶିକାର ହୋଇଥିଲା । ସରକାର ପରିବର୍ତ୍ତନ ହୋଇଛି ଆମର ବିକାଶ ହେବ ବୋଲି ନଅୂ।ପଡା଼ ବାସୀ ଆଶା ବାନ୍ଧ ି ବସିଥିଲେ । ଯେତେବେଳେ ମୋତେ ସମୟ ମିଳିବ ମୁଁ ନୂଆପଡ଼ା ଯିବି। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଆମ ଦଳରେ ବିଜେଡିରୁ ଆସିଥିବା ନେତା ସ୍ୱାଧୀନ ଭାବରେ କାର୍ଯ୍ୟ କରୁଛନ୍ତି। ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କୁ କି ଦଳର ଶୀର୍ଷ ନେତୃତ୍ୱକୁ ଭେଟି ପାରୁ ନଥିଲେ। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ବି ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ଯାହା ଚାହୁଁଥିଲେ ତାହା ହୋଇପାରନି।ହିଁ। ସେସବୁ କାର୍ଯ୍ୟ ପୂରଣ ପାଇଁ ତାଙ୍କ ପରିବାର ବିଜେପିରେ ମିଶିବା ପାଇଁ ନିଷ୍ପତି ନେଲେ। ମନମୋହନଙ୍କ ନେତୃତ୍ୱରେ ବିଜେପିର ଟିମ୍‌ କାମ କଲେ, ପ୍ରଚାର କଲେ, ପରିବାର ପ୍ରତି ଅନୁକମ୍ପା ଏବଂ ଦଳ ପ୍ରତି ସମର୍ଥନ ଜୟଙ୍କୁ ବିଜୟ କରାଇଲା। ରାଜେନ୍ଦ୍ରଙ୍କ ଚିକିତ୍ସା ସମୟରେ ତାଙ୍କୁ ଫୋନ୍‌ ନ କରିବା, ପ୍ରଚାର ସମୟରେ ବେଇମାନି କରିଥିବା କଥା ବିରୋଧୀ ଦଳ ନେତାଙ୍କ ମୁହଁରୁ କୁହାଇଲେ। ବିଜେଡ଼ି ଦଳ ଜୟଙ୍କ ପରିବାର ପ୍ରତି କୃତଘ୍ନ ହୋଇପଡ଼ିଥିଲେ। କିଏ ପ୍ରାର୍ଥୀ ଚୋରି କରିଛି ଏବଂ ପୂର୍ବ ଇତିହାସ କଥା ଆମେ ତାଙ୍କୁ ମନେ ପକେଇ ଦେଇଥିଲୁ ତେଣୁ ବେଇମାନି କାମ କିଏ କଲା ତାହା ଆଉ କହିବାକୁ ପଡ଼ିବନି। ସେ ଚାହିଁଲେ ବିଜେପିରେ ମିଶିଲେ, ବେଇମାନି କେବେ କଲେ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ। ଲୋକମାନେ ତାଙ୍କୁ ଠିକ ଜବାବ ଦେଇଛନ୍ତି। ନୂଆପଡା ଜିଲ୍ଲାର ବିକାଶର ସାରଥୀ ହେବାକୁ ମୁଁ ଜୟଙ୍କୁ ଦାୟିତ୍ୱ ଦେଉଛି। ସେ ତାଙ୍କ ପରାକାଷ୍ଠା ଦେଖାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ବିକାଶ ବିକାଶ ବିକାଶ ହିଁ ଏକମାତ୍ର ମୁଦ୍ଦା ହେବ ବୋଲି କହିଛନ୍ତି।

Posted in Currency Top News :

You can share this post!



RELATED News