Sun, Aug 03, 2025 | UPDATED 05:46AM IST

ବନ୍ଦ କକ୍ଷରେ ଅଧିକ ବେଗରେ ବ୍ୟାପୁଛି କରୋନା

news-details

ବନ୍ଦ କକ୍ଷରେ ଅଧିକ ବେଗରେ ବ୍ୟାପୁଛି କରୋନା

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ବ୍ୟାପୁଥିବା  ସଂକ୍ରମଣ ବାୟୁଜନିତ ବୋଲି କହଛନ୍ତି। ତେବେ ଏହାର ଅର୍ଥ ନୁହେଁ ଭୂତାଣୁ ନିଶ୍ୱାସରେ  ଲୋକଙ୍କୁ ଆକ୍ରାନ୍ତ କରିବ। ଏ ନେଇ ୟୁଏସ୍‌ ସେଣ୍ଟର ଅଫ ଡିଜିଜ୍ କଣ୍ଟ୍ରୋଲ (ସିଡିସି)  କୋଭିଡ-୧୯ ବ୍ୟାପିବାର କାରଣ ନେଇ ନୂଆ ତଥ୍ୟ ଜାରି କରିଛନ୍ତି। ଯେଉଁଥିରେ କୋଭିଡ ମାନବ  ଶରୀରକୁ ୩ଟି ବାଟରେ ପ୍ରବେଶ କରୁଥିବାର ସୂଚିତ କରିଛନ୍ତି।

ଏହି ଭୂତାଣୁ ମୁଖ୍ୟତଃ ନିଶ୍ୱାସ, ବାମ୍ଫ ନେଲେ ଓ ଛୁଇଁବା ଯୋଗୁ ବ୍ୟାପୁଛି। ତେବେ  ନୂଆ ଗବେଷଣା ଅନୁସାରେ ବାୟୁରେ ଯଦି ଡ୍ରପଲେଟ୍‌ସ ପହଁରୁଛି ତେବେ ନିଶ୍ୱାସରେ ଯାଇ ଏହା  ସଂକ୍ରମିତ କରିପାରେ। ଏହି ଅନୁସାରେ କୌଣସି ସଂକ୍ରମିତଙ୍କଠାରୁ ୩ରୁ ୬ ଫୁଟ ଦୂରରେ ଛିଡା  ହେବା ବି ରିସ୍କି ବୋଲି ଆକଳନ କରାଯାଇଛି। କାରଣ କରୋନା ଅତ୍ୟନ୍ତ ସୁକ୍ଷ୍ମ ଓ କୌଣସି  ବ୍ୟାକ୍ତିକୁ ନିଶ୍ୱାସରେ ମଧ୍ୟ ଆକ୍ରାନ୍ତ କରିପାରେ।

ଏଣୁ ରୁଦ୍ଧ କକ୍ଷରେ ଭୂତାଣୁ ବ୍ୟାପିବାର ଆଶଙ୍କା ସର୍ବାଧିକ ବୋଲି କୁହାଯାଉଛି।  ତେବେ ମୁହଁରୁ ବାହାରୁଥିବା ବଡ ବୁନ୍ଦା ବିଶେଷ ବିପଦଜନକ ନୁହେଁ। ଏହା ପବନରେ ବି ସୁଖି  ଯାଇପାରେ। ତେବେ କ୍ଷୁଦ୍ର କଣିକା ବହୁତ ହାଲୁକା ହୋଇଥିବାରୁ ବାୟୁରେ ଭାସିବୁଲେ। ଏଣୁ  କରୋନା ଆକ୍ରାନ୍ତ ବ୍ୟକ୍ତି କାଶିଲେ ଅଥବା ଛିଙ୍କିଲେ ଗୋଟିଏ ରୁଦ୍ଧ କୋଠରୀରେ ଅନୁନ୍ୟ  ଅଧଘଣ୍ଟା ପର୍ଯ୍ୟନ୍ତ ଭାସି ବୁଲୁଥାଏ। ଏଣୁ ଏଭଳି ସ୍ଥଳେ ସଂକ୍ରମିତ ହେବାର ଆଶଙ୍କା  ଅଧିକ ବୋଲି ମ୍ୟାକ୍ସ ହେଲଥ କେୟାରର ଡା.ରୋମେଲ ଟିକୁ କହିଛନ୍ତି।   

Posted in Currency Top News :

You can share this post!