ବିଶିଷ୍ଟ ଶିଳ୍ପୀ,ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କରୋନାରେ ପରକୋଲ ହୋଇଛି। କରୋନାରେ ସଂକ୍ରମିତ ସେ ଚିକିତ୍ସଧିନ ଥିଲେ। ସୂଚନାଯୋଗ୍ୟ, ପଥରରେ ଖୋଦେଇ କରି ଜଣେ ସୁନାମଧନ୍ୟ ଶିଳ୍ପୀ ଭାବେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ ରଘୁନାଥ । ପଥରର ବିନ୍ଧାଣୀ ଭାବେ ପରିଚୟ ପାଇଥିଲେ । ତାଙ୍କର କୃତିତ୍ୱ ହିଁ ଥିଲା ତାଙ୍କର ପରିଚୟ । ଉଚ୍ଚ ଶିକ୍ଷା ଲାଭ କରିନଥିଲେ ମଧ୍ୟ ଉଚ୍ଚ ଆକାଂକ୍ଷା ରାଜ୍ୟର ଯଶକୁ ମଧ୍ୟ ପ୍ରତିପାଦନ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ଶିଳ୍ପୀ ରଘୁନାଥ ମହାପାତ୍ର ।
ପୁରୀ ଜିଲ୍ଲା ସଦର ବ୍ଲକ ପଥୁରିଆ ଗ୍ରାମରେ ୨୪ ମାର୍ଚ୍ଚ ୧୯୪୩ ମସିହାରେ ଜନ୍ମ ଲାଭ କରିଥିବା ରଘୁନାଥ ଯୁବ ବୟସରେ ହିଁ ନିଜର କଳାକୁ ପ୍ରତିପାଦିତ କରିଥିଲେ । ରାଜ୍ୟରେ ଅନେକ ଆକର୍ଷଣୀୟ କାରୁକାର୍ଯ୍ୟ ତାଙ୍କରି ହାତର ସ୍ପର୍ଶରେ ଜୀବିତ ହୋଇ ଉଠିଛି । ତାଙ୍କର ଏହି କୃତିତ୍ନ ପାଇଁ ୧୯୭୫ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ ।