Sun, Aug 03, 2025 | UPDATED 06:51AM IST

ରେମୁଣା ବିଧାୟକଙ୍କୁ ଆକ୍ରମଣ

news-details

  ରେମୁଣା ବିଧାୟକଙ୍କୁ ଆକ୍ରମଣ

ବାଲେଶ୍ୱର : ଗତକାଲି ବିଳମ୍ବିତ ରାତିରେ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ କେତେକ ର୍ଦୃବୃତ୍ତ ଆକ୍ରମଣ କରିଥିବା ଜଣା ପଡିଛି । ଆକ୍ରମଣରେ ବିଧାୟକ ପରିଡା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡି କାଚ ଭାଙ୍ଗି ଯାଇଥିବା ଜଣା ପଡିଛି । ଏ ସମ୍ପର୍କରେ ବିଧାୟକ ଟାଉନ ଥାନାରେ ଏତଲା କରିଥିବା ଜଣା ପଡିଛି । ଖବତ ଅନୁଯାଇ ମଙ୍ଗଳବାର ରାତିରେ ବିଧାୟକ ଶ୍ରୀ ପରିଡା କୈାଣସି କାମରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା  ବେଳେ ଏହି ସମୟରେ ଗୋଟିଏ ଗାଡି ତାଙ୍କୁ ଅତିକ୍ରମ କରିବା ସହ ସାଇଡ ମାରିଥିଲା । ଏଥିରେ ବିଧାୟକ ସମ୍ପୃକକ୍ତ ଗାଡି ଡ୍ରାଇଭରଙ୍କୁ ପଚରା ଉଚରା କରିବାକୁ ଯାଉଥିବା ବେଳେ ସେଠାରେ ଅନ୍ୟ କେତେକ ବ୍ୟକ୍ତି ବିଧାୟକଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ସମ୍ପୃକ୍ତ ଯୁବକ ମାନେ ତଳେ ପଡିଥିବା ପଥରକୁ ବିଧାୟକଙ୍କୁ ଆଡକୁ ଫିଙ୍ଗିଥିଲେ ତେବେ ବିଧାୟକ ପରିଡା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଥିଲା ।  ଆକ୍ରମଣ କରିଥିବା ଯୁବକ ମାନେ ନିଶାଶକ୍ତ ଅବସ୍ଥାରେ ଥିବାରୁ ସେମାନେ ବିଧାୟକଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ଅପର ପକ୍ଷରେ ଅଭିଯୋଗ ପାଇ ଟାଉନ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ଜଣା ପଡିଛି । ତେବେ ମେଡିକାଲ ପରିସରରେ ରାତିରେ ଅସାମାଜିକ ବ୍ୟକ୍ତି ଆଡ୍ଡା କରିବା ଓ ବିଧାୟକଙ୍କୁ ଆକ୍ରମଣ କରିବା ଭଳି ଘଟାଉଥିବା ବେଳେ ପୋଲିସର ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Posted in Currency Top News :

You can share this post!