Sat, Oct 25, 2025 | UPDATED 03:29PM IST

Crime News: ଜଗତସିଂହପୁରରେ ଚାଞ୍ଚଲ୍ୟ: ବାନ୍ଧବୀଙ୍କ ସହ ଆସୁଥିବା ବେଳେ ଟେକି ନେଇ ଦୁଷ୍କର୍ମ

news-details

Crime News: ଭୁବନେଶ୍ୱର (OJM) : ଜଗତସିଂହପୁରରୁ ଆସିଛି ଛାତି ଥରାଇବା ଭଳି ଘଟଣା। ସୋମବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷର ଛାତ୍ରୀଙ୍କୁ ଉଠାଇ ନେଇ ଦୁଇ ଜଣ ଯୁବକ ଦୁ‌ଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁଯାୟୀ ସଦର ମହକୁମାରୁ ୫ କିଲୋମିଟର ଦୂରରେ ଥିବା ଏହି ଗାଁର ପୀଡିତା ଆଜି ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ‌ଜନ୍ମଦିନ କାର୍ଯ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ଗୁରୁତର ଆହତ ହୋଇ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ସଦସ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଥାନାର ଦ୍ୱାରସ୍ଥ ହେବା ପୂର୍ବରୁ ପୀଡିତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ସେଠାରେ ପୀଡିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ  ପୋଲିସ ତନାଘନା କରିବା ପରେ ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଛି।

ମୋବାଇଲ୍‌ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୋଲିସ ସନ୍ଦେହ କରୁଛି। ଦୁଇ ଦୁର୍ବୃତ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି। ପୁଲିସ କହିବା ଅନୁଯାୟୀ ଦୁର୍ବୃତ୍ତଙ୍କ ସଂପର୍କରେ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଅନ୍ୟପଟେ ପୀଡିତାଙ୍କ ସହିତ ଯାଇଥିବା ତାଙ୍କର ବାନ୍ଧବୀ ଓ ବାନ୍ଧବୀଙ୍କ ମା’ଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା ଜାରି ରଖିଛି। ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Posted in Currency Top News :

You can share this post!