Wed, Dec 24, 2025 | UPDATED 06:37PM IST
Home
Top News
National News
State News
State News
NATIONAL
ODISHA
Districs
Districs
Angul
Jagatsinghpur
Cuttack
JAJPUR
Puri
Khurda
Nayagarh
Bargarh
Deogarh
Jharsuguda
Koraput
Bhadrak
Dhenkanal
Kalahandi
Malkangiri
Rayagada
Balasore
Gajapati
Kandhamal
Mayurbhanj
Sambalpur
Balangir
Ganjam
KendraPara
Nuapada
Sonepur
Boudh
Keonjhar
Nabarangpur
Sundargarh
Entertainment
Editor
Epaper
November
Week-2
Week-3
June
Week-JUN 01 TO 07
December
Week-1
Week-1ST WEEK
Week-DEC 9 TO 15, 2019
Loading...
News Details
Home
News Details
“ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ”
Published on
Sep 30,2025
03:01:08 PM
20
“ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ”
– ବିପଣନକୁ ସୁଦୃଢ କରିବା ପାଇଁ ଦଶଗୋଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ଵର-(OJM) ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା” ଆଜି କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟମନ୍ତ୍ରୀ ମକା ମିଶନର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଧାନ ପରେ, ମକା ରାଜ୍ୟରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ଭାବେ ପରିଗଣିତ ହେଉଛି। ଆଜିର ସମୟରେ ୧୫ଟି ଜିଲ୍ଲା ଓ ୪୫ ଟି ବ୍ଲକରେ ମକା ମିଶନ କାର୍ଯ୍ୟକରୁଛି । ଏହି ମିଶନ, ବିଭିନ୍ନ ସରକାରୀ ବିଭାଗ ଯଥା କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମିଶନ ଶକ୍ତି ଏବଂ ଓରମାସ ଇତ୍ୟାଦି ବିଭାଗମାନଙ୍କ ସହଭାଗିତାର ଏକ ଉତ୍କୃଷ୍ଟ ଉଦାହରଣ। ନିୟମିତ କ୍ରେତା-ବିକ୍ରେତା ବୈଠକ ମକା ବିପଣନରେ ସକାରାତ୍ମକ ପ୍ରଭାବ ପକାଇଛି। ନବରଙ୍ଗପୁରରେ ବିଜୟନଗର ବାୟୋ-ଟେକ, ଏକ ମକା ଆଧାରିତ ଷ୍ଟାର୍ଚ ଇଣ୍ତଷ୍ଟ୍ରି ସ୍ଥାପନା ରାଜ୍ୟରେ ମକା ଚାଷର ଏକ ପ୍ରେରଣାଦାୟକ ଉତ୍ସ ହେବାକୁ ଯାଉଛି।
ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଇଥାନଲ ମିଶ୍ରଣ ନୀତି ଏବଂ “ମିଠା ମକା ଓ “ବେବି କର୍ଣ୍ଣ”ର ବ୍ୟବହାର ଯୋଗୁ ମକା ଚାଷ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇଛି । ଭାରତୀୟ ମକା ଗବେଷଣା ସଂସ୍ଥାନ, ସିଆଇଏମଏମଓଆଇଟି ଏବଂ ଓୟୁଏଟି ପରି ବୈଜ୍ଞାନିକ ଅନୁଷ୍ଠାନ ଗୁଡ଼ିକ ମକା ଚାଷ ଏବଂ ମୂଲ୍ୟ ସଂଯୋଜନ ପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି।
କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଦେଶ ତଥା ଆମ ରାଜ୍ୟରେ ମକା ଚାଷର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ମିଶନ ଚାଷୀମାନଙ୍କୁ କୃଷକ ଉତ୍ପାଦକ ସଂଗଠନ ଓ କ୍ଲଷ୍ଟର ଆଧାରରେ ମକା ଚାଷ ଓ ବିପଣନରେ ସହାୟତା କରିଥିବା ବିଷୟରେ ଆଲୋକପାତ କରିଥିଲେ। ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର କହିଥିଲେ, ଏହି ମିଶନ ଦୁଇଟି ଏକୀକୃତ ଆବଶ୍ୟକତା ସହିତ ଆରମ୍ଭ ହୋଇଛି, ମକାର ଉତ୍ପାଦନରେ ବୃଦ୍ଧି ଓ ଚାଷୀଙ୍କୁ ଉତ୍ତମ ବଜାର ମୂଲ୍ୟ ଯୋଗାଇଦେବା । ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା ପ୍ରିୟଦର୍ଶିନୀ କହିଥିଲେ,ଏହି ମିଶନର ଆଭିମୁଖ୍ୟ ହେଉଛି ରାଜ୍ୟରେ ମକା ଚାଷ କ୍ଷେତ୍ରକୁ ସୁଦୃଢ଼ କରିବା ସହ ମକା ଚାଷ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ।
ଏହି ଅବସରରେ ଦଶଗୋଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହା ମକାର ବିପଣନକୁ ମଜବୁତ କରିଛି। ମିଶନ ଅଧୀନରେ ଜିଲ୍ଲା ଅନୁଯାୟୀ ଏଫପିସିର ବଣ୍ଟନ ହେଉଛି: ଜଶୀପୁର ଏଫପିସିଏଲ (ଜଶୀପୁର, ମୟୂରଭଞ୍ଜ), ରାଣୀ ମାହାସ ଏଫପିସିଏଲ (କୋମନା, ନୂଆପଡ଼ା), ମାତା ଡଙ୍ଗରୀ ଏଫପିସିଏଲ (ଜୁନାଗଡ଼, ନବରଙ୍ଗପୁର), ସବୁଜିମା ଏଫପିସିଏଲ (ବୈପାରୀଗୁଡ଼ା, କୋରାପୁଟ), ମହେନ୍ଦ୍ରଗିରି ଏଫପିସିଏଲ (ନୂଆଗଡ଼, ଗଜପାଟି), ସିନେକ୍ସଟ ଏଫପିସିଏଲ (ଚମ୍ପୁଆ, କେନ୍ଦୁଝର), ସାବେରୀ ସେତୁ ଏଫପିସିଏଲ (ମାଥିଲି, ମାଲକାନଗିରି), ଗୁମପଦର ଏଫପିସିଏଲ (କେ. ନୂଆଗାଁ, କନ୍ଧମାଳ), ଘୁମୁସର ଏଫପିସିଏଲ (ଜଗନ୍ନାଥପ୍ରସାଦ, ଗଞ୍ଜାମ)। ଏମଓୟୁ ସ୍ୱାକ୍ଷର କରିଥିବା ଦଶ କ୍ରେତା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା କୁକୁଡ଼ା ଖାଦ୍ୟ ଶିଳ୍ପ ଓ ଇଥାନଲ ଉତ୍ପାଦନ କମ୍ପାନୀ ଅନ୍ତର୍ଭୁକ୍ତ ଅଟନ୍ତି।
ଏହି କାର୍ଯ୍ୟକ୍ରମ ମିଶନ ପ୍ରୋଗ୍ରାମ ସେକ୍ରେଟାରିଆଟ ଆକ୍ସେସ ଡେଭେଲପମେଣ୍ଟ ସର୍ଭିସେସ ଦ୍ୱାରା ସଂଯୋଜନା କରାଯାଇଥିଲା। ଶେଷରେ, ଯୁଗ୍ମ କୃଷି ନିର୍ଦ୍ଦେଶକ (ଡାଲି ଏବଂ ତୈଳବୀଜ)- ତଥା ନୋଡାଲ ଅଧିକାରୀ, ମୁଖ୍ୟମନ୍ତ୍ରୀ ମକା ମିଶନ, ଶ୍ରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି, ପ୍ରମୁଖ ମକା କ୍ରେତା, ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ। ଆଧୁନିକ ମକା ଚାଷ ପ୍ରଯୁକ୍ତି, ହାଇବ୍ରିଡ ବିହନ ଉତ୍ପାଦନର ସମ୍ଭାବନା, କଷ୍ଟମାଇଜଡ ଆଗ୍ରୋ-ସର୍ଭିସ ସେଣ୍ଟର ସ୍ଥାପନ ଏବଂ ସ୍ୱତନ୍ତ୍ର କିସମ ମକାର ପ୍ରୋତ୍ସାହନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
Posted in Currency Top News :
You can share this post!
RELATED News
Dec 16,2025
ଲଢୁଆ ନେତା
Dec 09,2025
ମୋହନ
ମୋହନ ଜେନାଙ୍କ ଅବର୍ତ୍ତମାନରେ
Nov 15,2025
ଓଡ଼ିଆ ଭାଷା
ଓଡ଼ିଆ
Nov 15,2025
ଜୟ ଢୋଲକିଆ
ଜୟ
Oct 13,2025
Sep 30,2025
ଐତିହ୍ୟ
FEATURE
Dec 16,2025
ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର
Dec 09,2025
ମୋହନ ଜେନାଙ୍କ ଅବର୍ତ୍ତମାନରେ ସାମାଜିକ
Nov 15,2025
ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ
Nov 15,2025
ଜୟ ଢୋଲକିଆ ହେବେ ନୂଆପଡ଼ା ଜିଲ୍ଲାର
Oct 13,2025
ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣ
Sep 30,2025
ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରର ଭାଗ୍ୟ
POPULAR News
Jan 01,1970
ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର
Jan 01,1970
ମୋହନ ଜେନାଙ୍କ ଅବର୍ତ୍ତମାନରେ ସାମାଜିକ
Jan 01,1970
ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ
Jan 01,1970
ଜୟ ଢୋଲକିଆ ହେବେ ନୂଆପଡ଼ା ଜିଲ୍ଲାର
Jan 01,1970
ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣ
Jan 01,1970
ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରର ଭାଗ୍ୟ