Sun, Feb 22, 2026 | UPDATED 07:04PM IST

ଓଡିଶାର ଜଣାଶୁଣା ଜ୍ୟୋର୍ତିବିତ୍‌ ତଥା ବାସ୍ତୁବିତ୍‌ ଡ.ମନୋଜ ଲେଙ୍କାଙ୍କୁ ଆର୍ନ୍ତର ଜାତୀୟ ସମ୍ମାନ

news-details

ଓଡିଶାର ଜଣାଶୁଣା ଜ୍ୟୋର୍ତିବିତ୍‌ ତଥା ବାସ୍ତୁବିତ୍‌ ଡ.ମନୋଜ ଲେଙ୍କାଙ୍କୁ ଆର୍ନ୍ତର ଜାତୀୟ ସମ୍ମାନ

ମ୍ୟାଲେସିଆର ରାଜଧାନୀ କୁଆଲ୍‌ଲୁମ୍ପରୁ ଠାରେ ଜୁଲାଇ ତା ୨୮ ଠାରୁ ଅଗଷ୍ଟ ୦୨ ରିଖ ମଧ୍ୟରେ ବିଶ୍ୱ ଜ୍ୟୋର୍ତିଷ ସମୁଦାୟର ବିଶ୍ୱ ପ୍ରଦୂଷଣରୁ ମୁକ୍ତି ଓ ଦୈନଦିନ ଜୀବନରେ ବାସ୍ତୁ ଓ ଜ୍ୟୋର୍ତିଷ ବିଜ୍ଞାନର ଉପକାରିତା ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ବିଶ୍ୱର ପ୍ରମୁଖ ୨୦ଟି ଦେଶରୁ ବହୁ ଜ୍ୟୋର୍ତିବିଜ୍ଞାନୀ , ଭୂବିଜ୍ଞାନୀ ଓ ମହାକାଶ ବିଜ୍ଞାନୀମାନେ ଯୋଗ ଦେଇଥିଲେ । ଯଥା – ଭାରତ , ନେପାଳ, ଭୁଟାନ,ମ୍ୟାମର, ଥାଇଲାଣ୍ଡ, ଭିଏତ୍‌ନାମ, ମ୍ୟାଲେସିଆ, ଫିଲିପାଇନ୍ସ, ବାଂଲାଦେଶ, ସିଂଙ୍ଗାପୁର, ଇଣ୍ଡୋନେସିଆ ପ୍ରଭୃତି ଦେଶରୁ ଯୋଗ ଦେଇଥିଲେ। ଭାରତରୁ ଡ. ମନୋଜ ଲେଙ୍କା ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଶ୍ରୀପତି ଆଚାର୍ଯ୍ୟ ଓ ସୁଚିସ୍ମିତା ପ୍ରଧାନ ଡ.ମନୋଜ ଲେଙ୍କାଙ୍କୁ ସହଯୋଗ କରିଥିଲେ। ଏହି ସେମିନାରରେ ଡ. ଯୋଶେଫ୍‌( ଗଭରନର, ମ୍ୟାଲେସିଆ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଶ୍ୱରେ ଜଳବାୟୁ ପରିବର୍ତନ ଓ ବିଶ୍ୱ ପ୍ରଦୂଷଣର ପ୍ରଭାବ ଜନମାନସ ଓ ପଶୁପକ୍ଷୀଙ୍କ ଉପରେ ପଡୁଥିବାରୁ ଅନେକ ଗୁଡିଏ ରୋଗ ସୃଷ୍ଟି ହେଉଛି। ଗାଲିଲିଓ ଓ ନିଉଟନ୍‌ଙ୍କ ପୂର୍ବରୁ ସୂର୍ଯ୍ୟ ସିଦ୍ଧାନ୍ତର ସୂତ୍ର ପ୍ରଚଳିତ ଥିଲା କିନ୍ତୁ ଭାରତର ସଂସ୍କୃତି ଓ ପରମ୍ପରାକୁ ଅଣଦେଖା କରାଯାଇ ଭାରତର ଜ୍ୟୋର୍ତିଷ ଗଣନାକୁ ଉପହାସ କରାଯାଇ ସେମାନଙ୍କ ସିଦ୍ଧାନ୍ତକୁ ଗୁରୁତ୍ୱ ଦିଆଯାଇଛି। ଏଣୁ ଏହା ଉପରେ ଗବେଷଣା କରାଗଲେ ପ୍ରକୃତ ସତ୍ୟ ଆବିଷ୍କାର କରାଯାଇପାରିବ। ଏଥି ପାଇଁ ଡ. ମନୋଜ ଲେଙ୍କାଙ୍କୁ ଅନେକ ଦେଶର ପ୍ରତିନିଧିମାନେ ଭୂୟଂଶୀ ପ୍ରଶଂସା କରିବା ସହିତ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଡ. ମନୋଜ ଲେଙ୍କା ବର୍ତମାନ ହାପି ଲିଭିଙ୍ଗ ଜ୍ୟୋର୍ତିଷ ଗଣନା କେନ୍ଦ୍ରର ଅଧ୍ୟକ୍ଷ ଥିଲାବେଳେ ରାଜ୍ୟ ଜ୍ୟୋତିଷ ମହାସଂଘର ସଭାପତି ଅଛନ୍ତି।

Posted in Currency Top News :

You can share this post!