ମଧୁର ସ୍ମୃତି ନେଇ ଫେରିଲେ କ୍ୟୁନି ଇଣ୍ଡିଆ ଟ୍ରେକ୍ ପ୍ରତିନିଧିମଣ୍ଡଳ:
ଭୁବନେଶ୍ୱର,OJM : ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ଆମେରିକାର ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟର ୨୬ ଜଣିଆ ଛାତ୍ର-ଅଧ୍ୟାପକ ପ୍ରତିନିଧିମଣ୍ଡଳ ଅଗଷ୍ଟ ୪ତାରିଖରୁ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସି ଆଜି ଫେରିଯାଇଛନ୍ତି। ଏହି ପ୍ରତିନିଧି ଦଳରେ କ୍ୟୁନି ବିଶ୍ୱବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଓ ୬ଜଣ ଅଧ୍ୟାପକ ଅଧ୍ୟାପିକା ସାମିଲ୍ ଥିଲେ। ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ ଅଫ୍ କ୍ୟୁନି (ଏଏସ୍ଆଇଆଇସି)’ ମାଧ୍ୟମରେ ଏହି ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ। ସେମାନେ କିଟ୍ ଓ କିସରେ ସପ୍ତାହ ବ୍ୟାପୀ ରହିବା ସହ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍କୁଲ୍ ବୁଲି ଦେଖିବା ସହ ଏଠାରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଏଠାକାର ଛାତ୍ର ଓ ଅଧ୍ୟାପକଙ୍କ ଭାବ ବିନିମୟ କରିଥିଲେ। ସେହିପରି ସେମାନେ କିସ୍ ପରିଦର୍ଶନରେ ଯାଇ କିସ୍ର ବିଭିନ୍ନ ବିଭାଗ ବୁଲିବା ସହ ଶିକ୍ଷା ମାଧ୍ୟମରେ ଜନଜାତି ପିଲାମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଅଣାଯାଇପାରୁଛି ତାହା ପ୍ରତ୍ୟକ୍ଷ କରିଥିଲେ।