Sat, Jun 13, 2026 | UPDATED 11:03AM IST

ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ବୈଠକ

news-details

ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ବୈଠକ

କୋରାପୁଟ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବନାଞ୍ଚଳ ଅଧିକାରୀ ଏସ କେ ପାହାଡ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବନାଗ୍ନି ପ୍ରତିକାରରେ ଆମ ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ଉପସ୍ଥିତ ସରପଞ୍ଚ, ବନ ସୁରକ୍ଷା ସମିତି ସଭ୍ୟ ଓ ସଭ୍ୟା ଏବଂ ସାମ୍ୱାଦିକ ମାନେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।କୋରାପୁଟ ଅଗ୍ନିଶମ ଅଧିକାରୀ ବିଜୟ କୁମାର କିଷାନ ଓ ଏଫଇଏସ ଅନୁଷ୍ଠାନର ପ୍ରଦୀପ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ସହଯୋଗରେ ଜଙ୍ଗଲ ନିଆଁ ନିବାରଣ ହୋଇ ପାରିବ ବୋଲି କହିଥିଲେ।କୋରାପୁଟ ବନଖଣ୍ଡ ଅଧିକାରୀ ଶପଥ ପାଠ କରାଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବ୍ୟକ୍ତି ବିଶେଷଙ୍କୁ କିଟ ପ୍ରଦାନ କରାଯାଇଥିଲା। ଫରେଷ୍ଟର ମନୋଜ କୁମାର ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ଫରେଷ୍ଟର ଚିତ୍ତ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Posted in Currency Top News :

You can share this post!