Fri, Sep 11, 2026 | UPDATED 04:41PM IST

ଜିମ୍ବାୱେକୁ ହରାଇ ଲଗାତାର ୭ ମ୍ୟାଚ୍‌ ଜିିତିଲା ଦକ୍ଷିଣ ଆଫ୍ରିକା

news-details

ଜିମ୍ବାୱେକୁ ହରାଇ ଲଗାତାର ୭ ମ୍ୟାଚ୍‌ ଜିିତିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଅପରାଜେୟ ରହିଛି। ତା’ ସହିତ ଦୃଢ଼ ମନୋବଳ ନେଇ ସେମିଫାଇନାଲ୍‌ ଲାଗି ପ୍ରସ୍ତୁତ ହୋଇଛି। ଲିଗ୍‌ ପର୍ୟ୍ୟାୟରେ ୪ରୁ ୪ ମ୍ୟାଚ୍‌ ଜିତିଥିବା ଐଦେନ ମାର୍କରାମଙ୍କ ଦଳ ସୁପର୍‌-୮ ପର୍ୟ୍ୟାୟରେ ମଧ୍ୟ ୩ରୁ ୩ ଜିତି ଅପରାଜେୟ ଧାରା ଜାରି ରଖିଛି। ରବିବାର ଗ୍ରୁପ୍‌-୧ ମ୍ୟାଚ୍‌ରେ ଏହି ଦଳ ୫ ୱିକେଟ୍‌ରେ ଜିମ୍ବାୱେକୁ ପରାସ୍ତ କରିଛି। ପରାଜୟ ସତ୍ତ୍ବେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା (୭୩ ରନ୍‌, ୩/୨୯) ନିଜ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। 

୧୫୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର୍‌ କ୍ବିଣ୍ଟନ ଡି’କକ୍‌ (୦) ଓ ମାର୍କରାମ (୪)ଙ୍କୁ ପ୍ୟାଭିଲିୟନ୍‌ ପଠାଇ ସିକନ୍ଦର ରାଜା ପ୍ରାରମ୍ଭିକ ଝଟକା ଦେଇଥି‌ଲେ। ଏହି ଦୁଇ ବ୍ୟାଟର୍‌କୁ ମାତ୍ର ୧୪ ରନ୍‌ରେ ହରାଇ ସଙ୍କଟରେ ପଡ଼ିଥିଲା ଦକ୍ଷିଣ ଆଫ୍ରିକା। ତେବେ ଡିୱାଲ୍ଡ ବ୍ରେଭିସ୍‌ (୪୨), ରିଆନ୍‌ ରିକେଲଟନ୍‌ (୩୧), ଜର୍ଜ ଲିଣ୍ଡେ (୩୦ଞ୍ଚ), ଡେଭିଡ ମିଲର (୨୨) ଓ ତ୍ରିଷ୍ଟ ଷ୍ଟବ୍ସ (୨୧ଞ୍ଚ) ଭଲ ଖେଳି ଦଳକୁ ୧୩ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ। 

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ୭ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଅଧିନାୟକ ସିକନ୍ଦର ରାଜା (୪୩ ବଲ୍‌ରୁ ୭୩) ଅର୍ଦ୍ଧଶତକ ଓ କ୍ଲାଇବ୍‌ ମଦାଣ୍ଡେଙ୍କ ଅପରାଜିତ ୨୬ଞ୍ଚ ରନ୍‌ କରିବାରୁ ଜିମ୍ବୱେ ଏହି ସମ୍ମାନଜନକ ସ୍କୋର୍‌ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକାର କ୍ବେନା ମାଫକା ଓ କର୍ବିନ ବସ୍‌ ୨ଟିଲେଖାଏଁ ୱିକେଟ୍‌ ନେଇଥିଲେ।

Posted in Currency Top News :

You can share this post!