Sat, Aug 02, 2025 | UPDATED 11:10PM IST

ମନ୍ତ୍ରୀ ଶୁସାନ୍ତ ସିଂହଙ୍କୁ କରୋନା

news-details

 ମନ୍ତ୍ରୀ ଶୁସାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁସାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେ ଏଥିନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ତାଙ୍କ ଟୁଇଟରେ କହିଛନ୍ତି ଯେ, ମୋ ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଡ଼ି । ନିକଟରେ ଯେଉଁମାନେ ମୋ ସମ୍ପର୍କରେ ଆସିଥିଲେ ସେମାନେ ଆଇସୋଲେସନରେ ରହିବା ସହ କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟର ୩ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ମନ୍ତ୍ରୀ ଶୁସାନ୍ତ ସିଂହ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟରେ ମୋଟ ୪ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅବଶ୍ୟ ପୂର୍ବରୁ ୩ଜଣ ବିଧାୟକ ସୁସ୍ଥ ହୋଇ ସାରିଛନ୍ତି । ।ପର ପକ୍ଷରେ ଶୁସାନ୍ତ ସିଂହ ଗତ ଚଳିତ ସପ୍ତାହରେ କାହା ସହ ଭେଟିଥିଲେ ତାହାର ଟ୍ରେସିଂ କରାଯାଉଛି ।  


Posted in Currency Top News :

You can share this post!