Sun, Aug 03, 2025 | UPDATED 07:01AM IST

ନାଗରିକ ସଂଶୋଧନ(ଏନ୍ଆର୍ସି) ବିଲ୍ କ’ଣ? ବିରୋଧ କାହିଁକି?

news-details

ନାଗରିକ ସଂଶୋଧନ(ଏନ୍ଆର୍ସି) ବିଲ୍ କ’ଣ? ବିରୋଧ କାହିଁକି? ନୂଆଦିଲ୍ଲୀ,(ବ୍ୟୁରୋ)- ବୁଧବାର ଦିନ ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନାଗରିକ ସଂଶୋଧନ ବିଲ୍ (ଏନଆରସି) ସଂଶୋଧନ ବିଲ୍ କୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ମଞ୍ଜୁରୀ ନେଇ ସାରିଥିବାରୁ ଆସନ୍ତା ସପ୍ତାହରେ ଏହି ବିଧେୟକ ଲୋକସଭା ଓ ରାଜ୍ୟସଭାରେ ଆଗତ କରାଯିବ ବୋଲି ସୂଚନା ମିଳିଛି । ତିନ୍ ତଲାକ୍ , ଧାରା ୩୭୦ ଭଖି ନାଗରିକ ସଂଶୋଧନ ବିଲ୍ ଓ ଏନଆରସି ମୋଦି ସରକାରଙ୍କ ଅନ୍ୟତମ ଏଜେଣ୍ଡା । ଏହି ଏଜେଣ୍ଡା ଆରଏସଏସର ବୋଲି ମଧ୍ୟ କୁହାଯାଉଛି । ସଂସଦର ଶୀତକାଳୀନ ଅଧିବେସନ ଡିସେମ୍ବର ୧୩ରେ ଶେଷ ହେଉଛି । ଏହା ଭିତରେ ମୋଦି ସରକାର ଏନଆରସି ବିଲ୍ କୁ ପାରିତ ପାଇଁ ଯୋଜନା କରୁଥିବା ଜଣା ପଡିଛି । ତେବେ ନାଗରିକ ବିଲ୍ କୁ ପାରିତ କରିବା ପାଇଁ ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । କଂଗ୍ରେସ, ଏଆଇଏମଆଇଏମ, ତୃଣମୂଳ ଭଳି ଦଳ ଏହାକୁ ବିରୋଧ କରିବେ ବୋଲି କହି ସାରିଛନ୍ତି । ଧର୍ମ ଆଧାରରେ ସରକାର ନାଗରିକତ୍ୱ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ବିରୋଧି ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଏହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ,ଆଫଗାନୀସ୍ତାନ ଏବଂ ବାଲାଂଦେଶରୁ ଆସିଥିବା ଅଣମୁସଲିମ ଅଳ୍ପ ସଂଖ୍ୟକଙ୍କୁ ଭାରତୀୟ ନାଗରିଗତ୍ୱ ପ୍ରଦାନ କରାଯିବ ବୋଲି କୁହାଯାଉଛି । ଏହି ବିଲ୍ ଆଇନରେ ପରିଣତ ହେଲେ ଆଫଗାନୀସ୍ତାନ,ବାଲାଂଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ,ଶିଖ୍ ,ବୈାଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ବର୍ଷ ପରିବର୍ତ୍ତେ ୬ବର୍ଷ ଭାରତରେ ରହିବା ପରେ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ୁହାଯାଉଛି । ତେବେ ନାଗରିକତ୍ୱ ପ୍ରଦାନ ପୂର୍ବରୁ ସେମାନଙ୍କୁ ଆବଶ୍ୟକ ଦସ୍ତାବିଜ୍ ଦେବାକୁ ପଡିବ ବୋଲି କୁହାଯାଉଛି । ମୋଦିଙ୍କ ପ୍ରଥମ କାର୍ଯ୍ୟାକାଳରେ ମଧ୍ୟ ଏହି ବିଲ୍ ୧୫ ଜୁଲାଇ ୨୦୧୬ରେ ଆଗତ କରାଯାଇଥିଲା । ବିରୋଧ ଯୋଗୁଁ ରାଜ୍ୟସଭାରେ ଏହା କାଟ୍ ଖାଇ ଯାଇଥିଲା । ଏନଆରସି ୧୯୫୫ ଅଧିନିୟମ ଅନୁଯାଇ କୈାଣସି ପାସପୋର୍ଟ ଓ ଭିସା ବିନା ଆସି ଭାରତରେ ଅଧିକ ଦିନ ରହିଯାଇଥିଲେ ସେମାନଙ୍କୁ ଅନୁପ୍ରବେଶକାରୀ ବୋଲି ଗଣାଯିବ । ଲୋକସଭାରେ ଶାସକ ବିଜେପିର ସଂଖ୍ୟା ଥିବାରୁ ଏହି ବିଧେୟକ ଗୃହିତ ହେବା ଏକ ପ୍ରକାର ସୁନିଶ୍ଚିତ । ହେଲେ ରାଜ୍ୟସଭାରେ ଏହି ସଂଶୋଧିତ ବିଲ୍ କୁ କଡା ଚ୍ୟାଲେଞ୍ଜ ହେବ । ପୂର୍ବରୁ ମଧ୍ୟ ଏହି ବିଧେୟକକୁ ନେଇ କୋର୍ଟରେ ମାମଲା ଦାୟର ହୋଇ ସାରିଛି । କୁହାଯାଉଛି କେନ୍ଦ୍ରର ମୋଦି ସରକାର ଆରଏସଏସର ହିନ୍ଦୁତ୍ୱ ଏଜେଣ୍ଡାକୁ ପାଳନ କରିବାକୁ ଏହି ପନ୍ଥା ପାଳନ କରୁଛି । ତେବେ ଆସନ୍ତୁ ଜାଣିବା ଏନଆରସି ବା ନାଗରିକ ପଞ୍ଜିକରଣ ଆଇନ ସମ୍ପର୍କିତ ୧୦ ଟି ତଥ୍ୟ ୧- ନାଗରିକ ସଂଶୋଧନ ବିଧେୟକ (ଏନଆରସି)ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୬ଟି ଧର୍ମର ଅର୍ଥାତ ହିନ୍ଦୁ, ଜୈନ, ଶିଖ୍, ବୈାଦ୍ଧ, ଇସାଇ ଓ ପାର୍ସି ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା । ୨- ଏହି ବିଲ୍ ଜରିଆରେ ବର୍ତ୍ତମାନ ଥିବା ଆଇନର ପରିବର୍ତ୍ତନ କରି ନିଦ୍ଦିର୍ଷ୍ଟ ଧର୍ମର ଲୋକଙ୍କୁ ଅନୁଗୃହିତ କରିବା । ଯେହେତୁ ଏହି ବିଲ୍ ରେ ମୁସଲିମ୍ ମାନଙ୍କୁ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି । ତେଣୁ ବିରୋଧି ଦଳ ଏହି ଆଇନ ଭାରତର ଧର୍ମନିରପେକ୍ଷ ଛବିକୁ ଧୂଳିସାତ କରିବ ବୋଲି କୁହାଯାଉଛି । ୩- ଖବର ଅନୁଯାଇ ନୂଆ ବିଧେୟକରେ ମଧ୍ୟ କେତେକ ସଂଶୋଧନ କରାଯାଇଛି । ଯାହାକି ପଡୋଶୀ ଦେଶରୁ ଆସିଥିବା ବେଆଇନ ଅନୁପ୍ରବେଶକାରୀ ଓ ପଡୋଶୀ ଦେଶରୁ ଧର୍ମୀକ ଅତ୍ୟାଚାରରୁ ପୀଡିତ ହୋଇ ଆସିଥିବା ଲୋକଙ୍କ ମଧ୍ୟରେ ଚିହ୍ନଟ କରିବା ପାଇଁ ଏହି ଆଇନ ଅଣା ଯାଇଛି । ସ୍ପଷ୍ଟ ଭାବେ କହିବାକୁ ଗଲେ ଅନ୍ୟ ଦେଶରୁ ଆସିଥିବା ମୁସଲିମ ଲୋକଙ୍କୁ ବାଦ୍ ଦେଇ ଅନ୍ୟ ଧର୍ମର ଲୋକଙ୍କୁ ଭାରତୀୟ ନାଗରିତ୍ୱ ପ୍ରଦାନ କରିବା ଏହି ବିଲ୍ ର ମୁଖ୍ୟ ଉଦ୍ଦେଶ୍ୟ । ୪-ଦେଶର ପୂର୍ବତ୍ତୋର ରାଜ୍ୟ ଯଥା-ମଣିପୁର,ଆସାମ,ନାଗାଲାଣ୍ଡ,ଅରୁଣାଚଳ ପ୍ରଦେଶ, ସିକ୍କିମ ଆଦି ରାଜ୍ୟର ଲୋକେ ଏହି ଆଇନକୁ ବିରୋଧ କରୁଛନ୍ତି ସେମାନଙ୍କର ଚିନ୍ତା ହେଉଛି ଯେ, ଭାରତ ସରକାର ପୂର୍ବରୁ ବାଲାଂଦେଶରୁ ଆସିଥିବା ଅନେକ ହିନ୍ଦୁ ମାନଙ୍କୁ ଏହି ଆଇନ ଜରିଆରେ ନାଗରିକତ୍ୱ ପ୍ରଦାନ କରାଯିବ । ୫- ଏନଆରସି (ନାଗରିକ ସଂଶୋଧନ ବିଲ) ଲୋକସଭାରେ ପାରିତ ହେବା ସମ୍ଭବନା ଥିବା ବେଳେ ରାଜ୍ୟସଭାରେ ପାସ୍ ହେବା ସରକାରଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହେବ । ୬- କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ସମାଜବାଦୀ ପାର୍ଟି,ବାମପନ୍ଥି, ଆରଜେଡି ଭଳି ଦଳ ଏହାକୁ ବିରୋଧ କରିବା ନିଶ୍ଚିତ ହୋଇଥିବା ବେଳେ ବିଜେଡି, ଟିଆରସି, ଏଆଇଡିଏମକେ ଓ ୱାଏସଆର କଂଗ୍ରେସ ଭଳି ଦଳ ସରକାରଙ୍କୁ ସମର୍ଥନ କରିବା ସମ୍ଭବନା ରହିଛି । ୭- ବିଜେପିର ସହଯୋଗୀ ଆସାମ ଗଣପରିଷଦ(ଏଜିପି) ୨୦୧୬ରେ ଲୋକସଭାରେ ଏନଆସି ଆଇନ ପାରିତ ହେବା ପରେ ବିଜେପି ସହ ସମ୍ପର୍କ ତୁଟାଇ ଦେଇଥିଲା । ହେଲେ ଏହି ଆଇନ ପରେ ନିଷ୍ପର୍ଭ ହୋଇଯିବାରୁ ଏଜିପି ବିଜେପି ସହ ପୁଣି ମେଣ୍ଟ କରିଥିଲା । ତେବେ ଆସମ ଗଣପରିଷଦ ଏଭଳି ସ୍ଥିତିରେ କ’ଣ କରିବ ? ୮- ଏହି ଆଇନ ପାରିତ ହେବା ସମୟରେ ଗୃହମନ୍ତ୍ରୀ ଅମିତଶାହା ବିଜେପିର ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ହେବାକୁ କହି ପାରନ୍ତି! ୯- କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କହିବା ମୁତାବକ ଭାରତର ପଡୋଶୀ ଆଫଗାନୀସ୍ତାନ, ପାକିସ୍ତାନ ଓ ବାଲାଂଦେଶ ଆଦି ଦେଶ ମୁସଲିମ୍ ବହୁଳ ହୋଇଥିବାରୁ ସେଠାରେ ଅନ୍ୟ ଧର୍ମର ଲୋକ ଅତ୍ୟାଚାରର ଶିକାର ହେଉଛନ୍ତି । ତେଣୁ ଅତ୍ୟାଚାରିତ ଅଳ୍ପ ସଂଖ୍ୟକ ହିନ୍ଦୁ ସମେତ ଅନ୍ୟ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଗଲେ କିଛି ଅସୁବିଧା ନାହିଁ । ୧୦- ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ମୁତାବକ ଭାରତର ତିନି ମୁସଲିମ୍ ଦେଶରେ ହିନ୍ଦୁ, ଇସାଇ, ବୈାଦ୍ଧ, ଶିଖ୍ ଆଦି ୬ଟି ଅଳ୍ପ ସଂଖ୍ୟକ ଧର୍ମର ଲୋକେ ଅତ୍ୟାଚାରର ଶିକାର ହେଉଥିବାରୁ ସେମାନେ ଭାରତରେ ଶରଣ ନେବାକୁ ବାଧ୍ୟ । ତେଣୁ ସେମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରଯିବ ।

Posted in Currency Top News :

You can share this post!